ଓଡିଆ ସମ୍ଭାବିତ ପ୍ରଶ୍ନ ଓ ଉତ୍ତର

ସମ୍ଭାବିତ ପ୍ରଶ୍ନ ଓ ଉତ୍ତର-ଭାଗ-୦୫


୧. (କ)ଗ୍ରାମରେ ଦେଖାଯାଉଥିବା ଏକପରିବାରତ୍ୱ ପରଂପରା
ସଂପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର ।
କିମ୍ବା;  
ଜନତାର ସାମୂହିକ ଶିକ୍ଷା ପାଇଁ ମାତୃଭାଷା ହିଁ ପ୍ରକୃତ ମାଧ୍ୟମ-
ଉକ୍ତିଟିର ସତ୍ୟତା ପ୍ରତିପାଦନ କର ।
ଉ. ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍, ଐତିହାସିକ ଓ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ
ପ୍ରବନ୍ଧ ମାନସ ପୁସ୍ତକରୁ ଜନ୍ମଭୂମିପ୍ରବନ୍ଧଟି ଆନୀତ । ଗ୍ରାମରେ
ଗଢ଼ିଉଠୁଥିବା ଏକପରିବାରତ୍ୱର ମହାନ ପରମ୍ପରା ସମ୍ପର୍କରେ ସେ ଏଠାରେ
ବର୍ଣ୍ଣନା କରିଛନ୍ତି ।
ପାରସ୍ପରିକ ସଂବନ୍ଧ ଓ ନିବିଡ଼ତା ଗ୍ରାମ୍ୟଜୀବନର ବୈଶିଷ୍ଟ୍ୟ । ଏହା
ହିଁ ପଲ୍ଲୀ ମଣିଷକୁ ଏକ ପରିବାରତ୍ୱର ବନ୍ଧନରେ ଆବଦ୍ଧ କରିଥାଏ । ବ୍ୟକ୍ତି
ବ୍ୟକ୍ତି ମଧ୍ୟରେ ମତାନ୍ତର, ମନାନ୍ତର ଓ ବାଦ-ବିସମ୍ବାଦ ଏକ ଚିରାଚରିତ
ଘଟଣା । ଏ ସବୁ ସତ୍ତେ୍ୱ ଏହାର ନରନାରୀଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣ,
ନିର୍ବିଶେଷରେ ଏକ ପରିବାରତ୍ୱର ପରମ୍ପରା ଗଢ଼ି ଉଠିଥାଏ । ଭାଇଭଉଣୀ,
କକାଖୁଡ଼ୀ, ମଉସା ମାଉସୀ, ମାମୁ ମାଇଁ ଭଳି ନିଆରା ସଂପର୍କରେ ଗ୍ରାମବାସୀ
ପରସ୍ପର ପରିଚିତ ହୋଇଥାନ୍ତି । ଏ ମଧୁର ସଂପର୍କ ତାଙ୍କର ଅନ୍ତରଙ୍ଗତା ଓ
ଆନ୍ତରିକତାକୁ ଆତ୍ମୀୟତାରେ ପରିଣତ କରିଥାଏ । ଏତଦ୍ ବ୍ୟତୀତ ସ୍ୱାର୍ଥର
ବିଭେଦ ସତ୍ତେ୍ୱ କର୍ମ ଓ କ୍ଲେଶ ଭିତରେ ଅନ୍ୟ ଏକ ପ୍ରକାର ଏକପରିବାରତ୍ୱ
ମଧ୍ୟ ଆପେ ଆପେ ଜାତ ହୋଇଥାଏ । ରଜପର୍ବ ପରି ଅନେକ ପର୍ବର୍ବାଣୀ
ମିଳିମିଶି ପାଳନ କରନ୍ତି । ସମସ୍ତେ ସମସ୍ତଙ୍କର ସୁଖଦୁଃଖରେ ସହଭାଗୀ ହୁଅନ୍ତି ।
ଗ୍ରାମ ମାଟିରେ ସୃଷ୍ଟି ହେଉଥିବା ଏକପରିବାରତ୍ୱ ସଂପର୍କରେ
ପ୍ରାବନ୍ଧିକଙ୍କ ପ୍ରଦତ୍ତ ବର୍ଣ୍ଣନା ବେଶ୍ ଯଥାର୍ଥ ଓ ହୃଦୟଗ୍ରାହୀ ।
ଅଥବା
ଉ. ଓଡ଼ିଆ ଗଦ୍ୟ ସାହିତ୍ୟର ଅନ୍ୟତମ ସଫଳ ସ୍ରଷ୍ଟା, ଲବ୍ଧପ୍ରତିଷ୍ଠ ଭାଷାବିତ୍
ପ୍ରାବନ୍ଧିକ ଗୋଲୋକ ବିହାରୀ ଧଳଙ୍କ ଅମର କୃତି ଓଡ଼ିଆ କେବେ
ପୁସ୍ତକରୁ ମାତୃଭାଷା ଓ ଲୋକଶିକ୍ଷାପ୍ରବନ୍ଧଟି ଗୃହୀତ । ସମୂହ ଜନତାକୁ
ଶିକ୍ଷା ଦେବା ପାଇଁ ମାତୃଭାଷା ହିଁ ଶ୍ରେଷ୍ଠ ଓ ପ୍ରକୃଷ୍ଟ ମାଧ୍ୟମ- ଏହି କଥାକୁ
ଏଠାରେ ଆଲୋଚନା କରାଯାଇଛି ।
ଆଞ୍ଚଳିକ ଭାଷା ଜନତାର ପ୍ରଥମ ପ୍ରୟୋଜନ । ଅନ୍ନବସ୍ତ୍ର ପରି ଏହା
ମଧ୍ୟ ଏକ ମୌଳିକ ଆବଶ୍ୟକତା । ଗାନ୍ଧିଜୀଙ୍କ ମତରେ ମାତୃସ୍ତନ୍ୟ ପରି ଏହା
ମୂଲ୍ୟବାନ । ଗଣତନ୍ତ୍ରର ମୂଳ ମନ୍ତ୍ର ହେଲା ଶିକ୍ଷା । ପ୍ରତ୍ୟେକ ଭୋଟର ଉପଯୁକ୍ତ
ଶିକ୍ଷା ନ ପାଇବା ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ । ସମୂହ ଜନତାକୁ
ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରାଇବାକୁ ହେଲେ ମାତୃଭାଷା ହିଁ ସର୍ବୋକ୍ରୃଷ୍ଟ
ମାଧ୍ୟମ । ବିଦେଶୀ ଭାଷାରେ ସମୂହ ଶିକ୍ଷା ପ୍ରଦାନର ଉଦାହରଣ ପୃଥିବୀରେ
କେଉଁଠି ନାହିଁ । ଶତାଧିକ ବର୍ଷ ଧରି ଇଂରାଜୀ ଶିକ୍ଷା ଏ ଦେଶରେ ·ଲିଥିଲେ
ହେଁ ଅଳ୍ପ ଭାରତୀୟ ବି ଇଂରାଜୀ ଶିଖି ପାରି ନାହାନ୍ତି । ମାତୃଭାଷାରେ ମଣିଷର
ଯେଉଁ ସ୍ଫୂର୍ତ୍ତି ହୁଏ, ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ତାହା ହୁଏ ନାହିଁ । କୌଣସି
ବିଦେଶୀ ଭାଷାକୁ ମାତୃଭାଷା ପରି ବ୍ୟବହାର କରିବା ମଧ୍ୟ ସହଜ ନୁହେଁ ।
ବିଲାତ ପ୍ରଭୃତି ଦେଶ ପରି ଜ୍ଞାନରାଜ୍ୟଟା ଯଦି ମାତୃଭାଷାରେ ଥାନ୍ତା ତେବେ
ଆମ ଦେଶର ଲୋକମାନେ ଆଖି ଥାଉଁ ଅନ୍ଧ ହୁଅନ୍ତେ ନାହିଁ । ସେମାନେ
ଅନେକ କଥା ଶିଖନ୍ତେ, ଜାଣନ୍ତେ ଓ ଦେଶର ପ୍ରଗତି ହୁଅନ୍ତା ।
ପ୍ରାବନ୍ଧିକଙ୍କ ମତାବତ ବାସ୍ତବ ଓ ଯଥାର୍ଥ ଅଟେ ।
୨. (କ) ସପ୍ରସଙ୍ଗ ସରଳାର୍ଥ ଲେଖ (ପ୍ରାୟ ୫୦ଟି ଶବ୍ଦରେ)
ବିରାଟ ସାଗର ଆଜି ଦୁର୍ଲଙ୍ଘ୍ୟ ହୋଇ ନାହିଁ କି ତୁଙ୍ଗ ହିମାଳୟ ଦୁରୁହ
ହୋଇନାହିଁ
ଅଥବା; ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ ।
ଉ. ସୁପ୍ରସିଦ୍ଧ ଶିକ୍ଷାବିତ୍ ଓ ବିଜ୍ଞାନୀ ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟଙ୍କ ଲିଖିତ
ସଭ୍ୟତା ଓ ବିଜ୍ଞାନପ୍ରବନ୍ଧରୁ ଗଦ୍ୟାଂଶଟି ଉଦ୍ଧୃତ । ସଭ୍ୟତାର ବିକାଶରେ
ବିଜ୍ଞାନର ଅନବଦ୍ୟ ଅବଦାନ ବିଷୟ ଏଠାରେ ବର୍ଣ୍ଣିତ ।
ବିଜ୍ଞାନ ହିଁ ସଭ୍ୟତାର ପଥପ୍ରଦର୍ଶକ । ବିଶେଷତଃ ଜଡ଼ବିଜ୍ଞାନ ବଳରେ
ରେଡ଼ିଓ, ଟେଲିଭିଜନ, ଉଡ଼ାଜାହାଜ, ଜାହାଜ, ଟେଲିଫୋନ ଆଦି ଅନେକ
ଉଦ୍ଭାବନ ଦ୍ୱାରା ମାନବ ବୈଷୟିକ ସୁଖ ସମୃଦ୍ଧି ହାସଲ କରିଛି । ଅତୀତର
ଅସମ୍ଭବ ଆଜି ସମ୍ଭାବନା ପାଲଟିଛି । ବିରାଟ ସାଗର ଲଂଘନୀୟ ଓ ହିମାଳୟ
ଅଧିଗମ୍ୟ ସାଜିଛି ।
ବାସ୍ତବରେ ବୈଷୟିକ ସୁଖ ସମୃଦ୍ଧି ସଂପାଦନା ସହ ବିଜ୍ଞାନ ସଭ୍ୟତାକୁ
ଅଗ୍ରଗାମୀ କରାଇ ପାରିଛି ।
ସୋମବାର, ୨୨ ଜାନୁଆରୀ ୨୦୧୮
ଅଥବା
ଉ. ଦରିଦ୍ର ନାରାୟଣଙ୍କ ........... ଯଥାର୍ଥ ବ୍ରତ ।
ଗଦ୍ୟାଂଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ସଫଳ ସୃଷ୍ଟି
ନରେନ୍ରୁ ବିବେକାନନ୍ଦ ବିଷୟରୁ ଗୃହୀତ । ଧ୍ୟାନ, ଧାରଣା ଓ ସମାଧି
ଆଦି ଛାଡ଼ି ଦରିଦ୍ର ନାରାୟଣର ସେବାକୁ ବିବେକାନନ୍ଦ ସନ୍ନ୍ୟାସୀର ବ୍ରତ
ଭାବେ କି ରି ଗ୍ରହଣ କରିଥିଲେ ତାହା ଏଠାରେ ଆଲୋଚିତ ।
ଭାରତର ଅନ୍ଦିକନ୍ଦି ବୁଲି ବିବେକାନନ୍ଦ ଦିଓଳି ଦି ମୁଠା ଖାଇବାକୁ
ପାଉ ନଥିବା ଅଗଣିତ ଦରିଦ୍ର ମଣିଷଙ୍କୁ ଦେଖି ଭୋକିଲା ପେଟରେ ଧର୍ମ
ଅନାବଶ୍ୟକ ସତ୍ୟତାକୁ ମର୍ମେ ମର୍ମେ ଅନୁଭବ କଲେ । ଦେଶ ସାରା
ନିରଙ୍କୁଶ ରାଜତ୍ୱ କରୁଥିବା ଦାରିଦ୍ର୍ୟ ଦାନବ ବିରୁଦ୍ଧରେ ସଂଗ୍ରାମ କରି
ଦରିଦ୍ର ନାରାୟଣଙ୍କ ସେବା କରିବା ଜୟ ପରାଜୟର ଊଦ୍ଧ୍ୱର୍ରେ ଥିବା
ସନ୍ନ୍ୟାସୀର ଯଥାର୍ଥ ବ୍ରତ ବୋଲି ସେ ଗ୍ରହଣ କରି ନେଲେ ।
ସନ୍ନ୍ୟାସୀ ବିବେକାନନ୍ଦଙ୍କର ଚିନ୍ତାଧାରା ମହାନ ଓ ଯଥାର୍ଥ ।
୩. (କ) ପ୍ରାୟ ୧୨୦ଟି ଶବ୍ଦରେ ଉତ୍ତର ଲେଖ ।
ପଠିତ କବିତା ଅନୁସରଣରେ ମାନଗୋବିନ୍ଦଙ୍କ ମହାନତା ପ୍ରତିାଦନ
କର ।
ଅଥବା
ପଠିତ କବିତାରୁ ରାବଣର କୂଟନୀତି ସଂପର୍କରେ ଆଲୋଚନା
କର ।
ଉ. ମାଟିର ମହାକବି ଶୂଦ୍ରମୁନି ସାରଳା ଦାସ ବିରଚିତ ମହାଭାରତର କାଇଁଶିକା
ପର୍ବରୁ ମାନଗୋବିନ୍ଦଙ୍କ ମହାନତାକବିତାଟି ଆନୀତ । ଚର୍ଚ୍ଚିତ ଖଳଚରିତ୍ର
ଦୁର୍ଯ୍ୟୋଧନଙ୍କ ମହାନତାକୁ ଚିହ୍ନଟ କରି କବି ଏଠାରେ ଆଲୋଚନା କରିଛନ୍ତି ।
ସମସ୍ତ ସୈନ୍ୟ, ସେନାପତି, ରଥୀ, ମହାରଥୀ, ଆତ୍ମୀୟ ସ୍ୱଜନଙ୍କୁ
ମହାଭାରତ ଯୁଦ୍ଧରେ ହରାଇଥିବା ଦୁର୍ଯ୍ୟୋଧନ ଅନନ୍ୟୋପାୟ ହୋଇ
ଗୁରୁ ୁତ୍ର ଅଶ୍ୱତ୍ଥାମାଙ୍କୁ ସେନାଧ୍ୟକ୍ଷର ଦାୟିତ୍ୱ ପ୍ରଦାନ କରିଛନ୍ତି । ଅନୁଜ
ଦୃଦକ୍ଷଠାରୁ ଅଶ୍ୱତ୍ଥାମା ପରମଶତ୍ରୁ ପାଞ୍ଚ ପାଣ୍ଡବଙ୍କ ମୁଣ୍ଡ କାଟି ଆସୁଥିବା
ଖବର ପାଇ ମହାମାନୀ ଉଲ୍ଲସିତ ହୋଇଛନ୍ତି । ମାତ୍ର ପ୍ରଭାତରେ ଦୁର୍ଯ୍ୟୋଧନ
ସେହି କଟାମୁଣ୍ଡ ଦ୍ରୌପଦୀ ପଞ୍ଚପୁତ୍ରଙ୍କର ଜାଣି ଦୁଃଖରେ କପାଳରେ କର
ବାଡ଼େଇବା ସହ ମୂର୍ଚ୍ଛାଗତ ହୋଇଛନ୍ତି । ଯୁଦ୍ଧ କ୍ଷେତ୍ରରେ ଲକ୍ଷ୍ମଣ କୁମାର,
ଅଭିମନ୍ୟୁ, ଘଟୋକ୍ରଚଙ୍କ ବୀରଗତି ପରେ ଏହି ପାଞ୍ଚପୁତ୍ର ହିଁ ବଂଶରକ୍ଷାର
ମାଧ୍ୟମ ଥିଲେ । ଏହି ଶେଷ ପ୍ରଦୀପଙ୍କୁ ହତ୍ୟାକରି ଅଶ୍ୱତ୍ଥାମା କୁରୁବଂଶକୁ
ନିଅଂଶ କଲା । ପିତୃତ୍ୱ ଓ ବାତ୍ସଲ୍ୟ ଆବେଗରେ ମହାମାନୀ ଦୁର୍ଯ୍ୟୋଧନ
ଶତ୍ରୁ ପୁତ୍ରଙ୍କ ପାଞ୍ଚ କଟା ମୁଣ୍ଡକୁ କୋଳରେ ଧରି ମୁକ୍ତି ପାଇବେ ବୋଲି
କହନ୍ତେ ଦୃଦକ୍ଷ ସେଗୁଡ଼ିକ ତାଙ୍କ କୋଳରେ ଦେଲେ ଓ ଦୁର୍ଯ୍ୟୋଧନ
ମୃତ୍ୟୁବରଣ କଲେ ।
ବାସ୍ତବିକ ବଂଶରକ୍ଷା ପାଇଁ ବ୍ୟାକୁଳତା ଓ ଅପତ୍ୟବୋଧ ଦୁର୍ଯ୍ୟୋଧନଙ୍କ
ଚରିତ୍ରକୁ ମହାନ କରିଛି ।
ଅଥବା
ଉ. ରୀତିଯୁଗର ସର୍ବଶ୍ରେଷ୍ଠ ସାଧକ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବିଶିଷ୍ଟ ସୃଷ୍ଟି
ବୈଦେହୀଶ ବିଳାସ·ଳିଶ ଛାନ୍ଦରୁ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ
କବିତାଟି ଗୃହୀତ । ରାମ-ରାବଣ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଶତ୍ରୁକୁ ଆକଳନ
କରିବା ନିମନ୍ତେ ଦଶାନନ ରାବଣର କୂଟନୀତି ବିଷୟ ଏଠାରେ ଆଲୋଚିତ ।
ଶତ୍ରୁଜୟ ବା ଶତ୍ରୁ ଦମନ ନିମନ୍ତେ ରାଜନ୍ୟବର୍ଗ କୂଟନୀତିକୁ ପ୍ରମୁଖ
ଆୟୂଧ ଭାବେ ବ୍ୟବହାର କରିଥାନ୍ତି । ଶତ୍ରୁର କଳ, ବଳ ଓ କୌଶଳକୁ
ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରନ୍ତି । ତଦନୁଯାୟୀ ଜାନକୀ ଉଦ୍ଧାର ପାଇଁ
ଯୁଦ୍ଧ ସକାଶେ ରାମଙ୍କ ଲଙ୍କା ଯାତ୍ରା ପରିପ୍ରେକ୍ଷୀରେ ରାବଣ ନିଜର ଦୁଇ
ମନ୍ତ୍ରୀ ଶୁକ ଓ ସାରଣଙ୍କୁ ରାମଙ୍କ ଶିବିରକୁ ପ୍ରେରଣ କରି ଅନୁଜ ବିଭୀଷଣ
ଓ ବାଳୀପୁତ୍ର ମହାବଳି ଅଙ୍ଗଦକୁ ରାମଙ୍କ ଠାରୁ ବିଚ୍ଛିନ୍ନ କରିବାର ପ୍ରୟାସ
କରିଛି । ଏ ଦୁଇଜଣ ଥିବା ଯାଏ ରାମଚନ୍ଦ୍ରଙ୍କୁ ପରାସ୍ତ କରିବା ଦୁଃସାଧ୍ୟ ଜାଣି
ବିଭୀଷଣଙ୍କୁ ପିତାତୁଲ୍ୟ ଜ୍ୟେଷ୍ଠଭ୍ରାତାଙ୍କ କଥା ନ ଧରି ଲଙ୍କା ପ୍ରତ୍ୟାବର୍ତ୍ତନର
ସନ୍ଦେଶ ଦେଇଛି । ପିତାଶତ୍ରୁ ରାମ ଓ ପିତୃବ୍ୟ ସୁଗ୍ରୀବଙ୍କ ବିଷୟରେ ଅଙ୍ଗଦଙ୍କ
ମନରେ ବିଦ୍ୱେଷ ଜନ୍ମାଇ ତାଙ୍କୁ ରାମଙ୍କଠାରୁ ବିଚ୍ୟୁତ କରିବାର ପ୍ରଚେଷ୍ଟା
କରିଛି । ଏଥି ସହିତ ରାମଚନ୍ଦ୍ରଙ୍କର ସୈନ୍ୟ ସଂଖ୍ୟା ଆକଳନ କରିବା ସହିତ
ସମୁଦ୍ରକୁ ଲଂଘନ କରି ଲଙ୍କା ପହଞ୍ôଚବାକୁ ରାମଚନ୍ଦ୍ର ଗ୍ରହଣ କରିଥିବା ପ୍ରୟାସ
ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ଶୁକ ସାରଣଙ୍କୁ ନିର୍ଦ୍ଦେଶ ଦେଇଛି ।
ଯୁଦ୍ଧ ଜୟ ନିମନ୍ତେ ଦଶାନନ ରାବଣର କୂଟନୈତିକ ଉଦ୍ୟମ
ବାସ୍ତବରେ ପ୍ରଣିଧାନଯୋଗ୍ୟ ।
୪. ସପ୍ରସଙ୍ଗ ସରଳାର୍ଥ ଲେଖ 
ଶୁଭ୍ର ସଉରଭ ରସିକେ ଶୁଭ ସଂପାଦିନୀ ହୁଅ ରଘୁବଂଶିକେ
ଅଥବା ;  
ଭିନ୍ନ କରିସେ ତନ୍ଦ୍ରା ପରଶ ହସାଅ ଭୁବନ ସାରା
ଉ. ଶୁଭ୍ର ସଉରଭ.............................. ରଘୁବଂଶିକେ
ପଦ୍ୟାଂଶଟି ଆଧୁନିକ ଓଡ଼ିଆ କାବ୍ୟଯୁଗର ସଫଳ ସ୍ରଷ୍ଟା, ସ୍ୱଭାବକବି
ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗସ୍ଥ ମଙ୍ଗଳେ ଅଇଲା
ଉଷାକବିତାରୁ ସଂଗୃହୀତ । ପତି ପରିତ୍ୟକ୍ତା ନିର୍ବାସିତା ସୀତାଙ୍କ ପତ୍ରିାଣତା
ବିଷୟ ଏଠାରେ ବର୍ଣ୍ଣିତ ।
ପବିତ୍ର ବାଲ୍ମୀକି ଆଶ୍ରମ ଆଶ୍ରିତା ସୀତାଙ୍କ ଦର୍ଶନ ନିମନ୍ତେ ଉଷା
ପ୍ରତୀକ୍ଷମାଣା । ଆଶ୍ରମିକ ପରିବେଶ ଚଳଚଞ୍ଚଳ । ଏହି ସମୟରେ
ବ୍ରହ୍ମଚାରିଣୀ, ତପସ୍ୱିନୀ ଅନୁକମ୍ପା ଜାନକୀଙ୍କ ପାଖକୁ ଆସି ଶଯ୍ୟାତ୍ୟାଗ କରି
ଉଷାଙ୍କ ଦର୍ଶନ ଦେବାକୁ ନମ୍ର ଅନୁରୋଧ କରିଛନ୍ତି । ମାତା ସୀତା ରାମଙ୍କୁ
ସ୍ମରଣ କରି ଆସନରୁ ଉଠି ଅନୁକମ୍ପାଙ୍କୁ ନମସ୍କାର ଜଣାଇ ଉଷାକୁ ବନ୍ଦନା
କରିବା ସହ ରାମଚନ୍ଦ୍ରଙ୍କ ଶୁଭ-ସମ୍ପାଦିନୀ ହେବାକୁ ନିବେଦନ କରିଛନ୍ତି ।
ଜାନକୀଙ୍କ ମାଧ୍ୟମରେ ଜଣେ ନାରୀର ପତିଭକ୍ତି ଓ ପତିବ୍ରତା ପଣିଆକୁ
ଯଥାର୍ଥ ଭାବେ କବି ପ୍ରଦର୍ଶିତ କରିଛନ୍ତି ।
ଅଥବା
ଉ. ଭିନ୍ନ କରି ସେ ......................... ଭୁବନ ସାରା
ସାମ୍ୟବାଦୀ ଚିନ୍ତା ଚେତନାର ବାହକ, ମାନବବାଦୀ କବି ଅନନ୍ତ
ପଟ୍ଟନାୟକଙ୍କ ଜାଗ ବନ୍ଧନହରାକବିତାରୁ ପଦ୍ୟାଂଶଟି ଆନୀତ ।
ଯାବତୀୟ ବନ୍ଧନ ଓ ମାୟା ମୋହରୁ ବିଚ୍ୟୁତ ହୋଇ ସାରା ଭୁବନରେ ହସ
ଖେଳାଇବାକୁ ତରୁଣ ଗୋଷ୍ଠୀକୁ ଏଠାରେ କବି ଆହ୍ୱାନ ଦେଇଛନ୍ତି ।
ଏକ ଶ୍ରେଣୀହୀନ ଓ ଶୋଷଣମୁକ୍ତ ସମାଜ ଗଠନ ନିମନ୍ତେ ତରୁଣ
ଗୋଷ୍ଠୀ ହିଁ ସମର୍ଥ । ମାତ୍ର ତାଙ୍କର ଏହି ସନ୍ଧାନ ପଥରେ ବାଧାବିଘ୍ନ କଣ୍ଟା
ସାଜି ପଥରୋଧ କରିବେ । ମୋହ, ମମତା, ବନ୍ଧନ କୁହେଳି ସରଜି ପଥଭ୍ରଷ୍ଟ
କରିବାକୁ ଚେଷ୍ଟିତ ହେବ । ତେଣୁ ଏ ସବୁ ପ୍ରତିବନ୍ଧକ ଓ ତନ୍ଦ୍ରା ପରଶକୁ
ଆଡ଼େଇ ଦେଇ ଆଗକୁ ଯିବାକୁ ଓ ସାରା ଦୁନିଆରେ ହସ ଖେଳାଇବାକୁ
କବି ଯୁବଗୋଷ୍ଠୀକୁ ଆହ୍ୱାନ ଦେଇଛନ୍ତି ।
ଯୁବ ସମାଜକୁ କବି ଅନନ୍ତ ପଟ୍ଟନାୟକ ଦେଇଥିବା କ୍ରାନ୍ତିକାରୀ ଆହ୍ୱାନ
ବାସ୍ତବ ଓ ଯଥାର୍ଥ ।
ସମ୍ଭାବିତ ପ୍ରଶ୍ନ ଓ ଉତ୍ତର-ଭାଗ-୦୬


୧. (କ)ପ୍ରାୟ ୧୨୦ଟି ଶବ୍ଦରେ ଉତ୍ତର ଲେଖ ।
ପଲ୍ଲୀର ଶିକ୍ଷିତ ସଂପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ତୁଳନା
କେତେଦୂର ଯୁକ୍ତିଯୁକ୍ତ ଲେଖ ।
କିମ୍ବା; ମାତୃଭାଷାର ପ୍ରସାର ପାଇଁ ପ୍ରାବନ୍ଧିକଙ୍କ ଚିନ୍ତନ
ପ୍ରୟାସ ସଂପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି
ବିଶ୍ଳେଷଣ କର ।
ଉ. ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍, ଐତିହାସିକ ଓ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର
ପାଣିଗ୍ରାହୀଙ୍କ ପ୍ରବନ୍ଧ ମାନସପୁସ୍ତକରୁ ଜନ୍ମଭୂମି
ପ୍ରବନ୍ଧଟି ଗୃହୀତ । ଜନ୍ମଭୂମି ତ୍ୟାଗ କରି ବିଷମ ପରିଣତି
ଲାଭ କରିଥିବା ଶ୍ରୀକୃଷ୍ଣଙ୍କ ସହ ପଲ୍ଲୀଚ୍ୟୁତ ଶିକ୍ଷିତ
ସଂପ୍ରଦାୟକୁ ଏଠାରେ ତୁଳନା କରାଯାଇଛି ।
ଭାଗ୍ୟ, ଅର୍ଥ ବା ଅଧ୍ୟବସାୟ ଯେକୌଣସି ବଳରେ
ହେଉ ଶିକ୍ଷିତ ଭାବେ ବାହାରୁଥିବା ବ୍ୟକ୍ତିଙ୍କୁ ନେଇ ଗାଁ
ମାଟିରେ ଅନେକ କଳ୍ପନା ଜଳ୍ପନା ଚାଲେ । କିନ୍ତୁ ସମୟ
ସୋମବାର, ୨୯ ଜାନୁଆରୀ ୨୦୧୮
ଆସେ ଗ୍ରାମବାସୀମାନେ ସେମାନଙ୍କୁ ଦେଖିବାର
ସୁଯୋଗ ପାଆନ୍ତି ନାହିଁ । ବାଲ୍ୟ ଓ କୈଶୋରର
ଲୀଳାକ୍ଷେତ୍ର ମଥୁରା ଛାଡ଼ି ସବୁଦିନ ପାଇଁ
ଚାଲିଯାଇଥିବା କୃଷ୍ଣଙ୍କ ପରି ଏମାନେ ମଧ୍ୟ ଗ୍ରାମଭୂମି
ଛାଡ଼ି ଚାଲିଯାଆନ୍ତି । ନନ୍ଦ ଯଶୋଦା, ଗୋପୀଗୋପାଳଙ୍କ ସ୍ନେହଶ୍ରଦ୍ଧାରେ ପରି ଚାଳିତ କୃଷ୍ଣ
ପ୍ରବଞ୍ଚନା କରି ଗୋପପୁର ଛାଡ଼ି ଆସିଲେ ।
ମଥୁରାରୁ ଦ୍ୱାରିକା ପର୍ଯ୍ୟନ୍ତ ଦୀର୍ଘ ଥ ଅତିକ୍ରମ କରି
ବିପୁଳ ସମ୍ପଦ, ରାଜ୍ୟ, ଅଷ୍ଟପାଟବଂଶୀ, ଅଭ୍ରଂକଷ
ପ୍ରାସାଦ ଓ ଅଗଣିତ ପୁତ୍ରକନ୍ୟାର ଅଧିକାରୀ
ହେଲେ । ଜନ୍ମଭୂମି ପ୍ରତି ଏହି ଅନୈତିକତା ଓ
ବିଶ୍ୱାସଘାତକତା କୃଷ୍ଣଙ୍କ ପାଇଁ କିନ୍ତୁ ଘାତକ
ସାଜିଲା । ବହୁତଳ ପ୍ରାସାଦ ଜଳମଗ୍ନ ହେଲା,
ମଦ୍ୟପ ବଂଶଗୋଷ୍ଠୀ ପରସ୍ପର ସହ ଲଢ଼ି ଏରକାର
ବନରେ ଧ୍ୱଂସ ହେଲେ । ଲତିକା ଦୋଳିରେ ଦୋଳାୟମାନ
କୃଷ୍ଣ ବ୍ୟାଧର ଶରାଘାତରେ ପ୍ରାଣ ବିସର୍ଜନ କଲେ । ଏହା
ଥିଲା ତାଙ୍କ କୃତକର୍ମର ପରିଣାମ । ଏହି ଅମରଗାଥାରୁ
ଗ୍ରାମର ଶିକ୍ଷିତଗଣ ଶିକ୍ଷାଗ୍ରହଣ କରିବା ଉଚିତ ।
ବାସ୍ତବରେ ଜନ୍ମଭୂମି ପ୍ରତି ବିଶ୍ୱାସଘାତକତାର
ଫଳାଫଳ ବିଷମୟ ।
ଅଥବା;
ଓଡ଼ିଆ ଗଦ୍ୟସାହିତ୍ୟର ଅନବଦ୍ୟ ସ୍ରଷ୍ଟା ଗୋଲୋକ
ବିହାରୀ ଧଳଙ୍କ ଓଡ଼ିଆ କେବେପୁସ୍ତକରୁ ମାତୃଭାଷା
ଓ ଲୋକଶିକ୍ଷାପ୍ରବନ୍ଧଟି ଆନୀତ । ଦେଶ ଓ ଜାତିର
ସମୃଦ୍ଧି ସକାଶେ ମାତୃଭାଷାର ପ୍ରସାର ଏକାନ୍ତ
ଅପରିହାର୍ଯ୍ୟ । ଏକଥାକୁ ଏଠାରେ ଆଲୋଚନା
କରାଯାଇଛି ।
ଅନ୍ନ ବସ୍ତ୍ର ପରି ମାତୃଭାଷା ମଧ୍ୟ ଏକ ଆବଶ୍ୟକତା
ମଣିଷ ପାଇଁ । ଏହା ମାତୃସ୍ତନ୍ୟ ପରି ମୂଲ୍ୟବାନ । ସମୂହ
ଜନତାକୁ ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରାଇବାକୁ
ମାତୃଭାଷା ହିଁ ପ୍ରକୃଷ୍ଟ ମାଧ୍ୟମ । ପ୍ରତ୍ୟେକ ଲୋକ ଶିକ୍ଷିତ ନ
ହେବା ଯାଏ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ । ଏହା
ଦ୍ୱାରା ମନୁଷ୍ୟର ସ୍ୱାଭାବିକ ସ୍ଫୁର୍ତ୍ତି ଆସିଥାଏ । ଅନ୍ୟ କୌଣସି
ବିଦେଶୀ ଭାଷାରେ ସମୂହ ଜନତାକୁ ଶିକ୍ଷା ଦେବା ବ୍ୟବସ୍ଥାର
ଉଦାହରଣ ପୃଥିବୀରେ କେଉଁଠି ନାହିଁ । ମାତ୍ର ଆମ ଦେଶର
ଜ୍ଞାନ ଭଣ୍ଡାରଟା ଇଂରାଜୀ ଭାଷାରେ ଥିବା ହେତୁ ଅନେକ
ଲୋକ ଶିକ୍ଷାରୁ ବଂଚିତ ହେଉଛନ୍ତି । କୃଷକଟିଏ ବୈଷୟିକ
ଜ୍ଞାନ ଆହରଣରୁ ବଂଚିତ ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଶାସନ
କ୍ଷେତ୍ରରେ ମାତୃଭାଷାର ଉପଯୋଗ ହେଲେ ସାଧାରଣ
ଲୋକେ ଜ୍ଞାନ ଲାଭ କରିବା ସହ ଉପକୃତ ହୁଅନ୍ତେ ।
ଇଂରାଜୀ ଭାଷାର ପ୍ରଭାବରୁ ମୁକ୍ତ ହୋଇ ଆମେ ବିବାହ,
ବ୍ରତ ଆଦିର ନିମନ୍ତ୍ରଣପତ୍ର ମାତୃଭାଷାରେ ଲେଖିବା ଉଚିତ ।
ସର୍ବୋପରି ମାତୃଭାଷା ପ୍ରତି ଆମର ଆଦର ଓ ସ୍ୱାଭିମାନ
ରହିଲେ ଏହାର ପ୍ରସାର ହୋଇପାରନ୍ତା ।
ପ୍ରାବନ୍ଧିକଙ୍କ ଚିନ୍ତାଧାରା ବାସ୍ତବ ଓ ଯଥାର୍ଥ ।
(ଖ) ପ୍ରାୟ ୫୦ଟି ଶବ୍ଦରେ ଉତ୍ତର ଲେଖ ।
ଏହାର ଶେଷଫଳ କଣ ହେବ, ତାହା ଭବିଷ୍ୟତ
ଗର୍ଭରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ·ଲିଛି ।
କିମ୍ବା; ଭାରତୀୟ ଦର୍ଶନରେ ମନୁଷ୍ୟର ସେବା ହିଁ
ଈଶ୍ୱର ସେବା ।
ଉ. ଏହାର ଶେଷଫଳ .... .... .... .... .... ହିଁ ·ଲିଛି ।
ଗଦ୍ୟାଂଶଟି ବିଶିଷ୍ଟ ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ
ରଚିତ ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧରୁ ଆନୀତ । ଆଧୁନିକ
ସଭ୍ୟତା ବିଜ୍ଞାନକୁ ଅବଲମ୍ବନ କରି ବିଭିନ୍ନ ପରୀକ୍ଷା
ମାଧ୍ୟମରେ କି ରି ଶେଷ ସୋପାନ ଆରୋହଣର ପ୍ରୟାସ
କରୁଛି ତାହା ଏଠାରେ ବର୍ଣ୍ଣିତ ।
ଅନେକ ଦୂର ଆସିଥିଲେ ବି ଆଜିର୍ଯ୍ୟନ୍ତ ସଭ୍ୟତା
ତାର ଶିଖର ସ୍ପର୍ଶ କରି ପାରିନାହିଁ । ବିଜ୍ଞାନକୁ ଅବଲମ୍ବନ
କରି ସେ ଆଗେଇ ଚାଲିଛି । ସେ କେବେ ଶିଖର ଛୁଇଁବ ଓ
ଏହାର ଶେଷଫଳ କଣ ହେବ ତାହା ଭବିଷ୍ୟତ ଗର୍ଭରେ
ନିହିତ । ଏବେ କେବଳ ପରୀକ୍ଷଣ ହିଁ ଚାଲିଛି ।
ବିଜ୍ଞାନାଶ୍ରୟୀ ସଭ୍ୟତାର ଅଗ୍ରଗତି ଓ ଶେଷଫଳ
ବିଷୟରେ ପ୍ରାବନ୍ଧିକଙ୍କ ମନ୍ତବ୍ୟ ଯଥାର୍ଥ ।
ଅଥବା; ଭାରତୀୟ ଦର୍ଶନରେ ....... ଈଶ୍ୱର ସେବା ।
ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଲିଖିତ
ନରେନ ରୁ ବିବେକାନନ୍ଦପ୍ରବନ୍ଧରୁ ଉଦ୍ଧୃତାଂଶଟି ଗୃହୀତ ।
ମାନବ ସେବା ମାଧ୍ୟମରେ ଈଶ୍ୱରୋପଲବ୍ଧି ସଂଭବ,
ଭାରତୀୟ ଦର୍ଶନର ଏହି ମହାନ ତତ୍ତ୍ୱ ଏଠାରେ
ଆଲୋଚିତ ।
ମାନବ ହିଁ ମାଧବ । ଦୁଃସ୍ଥ, ଦରିଦ୍ର, ଦୁର୍ଦ୍ଦଶାଗ୍ରସ୍ତ
ମାନବର ସେବାରୁ ଅର୍ଜିତ ପୁଣ୍ୟ ଈଶ୍ୱର ସେବାର ପୁଣ୍ୟରୁ
ଅଧିକ । ଧ୍ୟାନ, ଧାରଣା, ସାଧନା ଆଦି ଆଦର୍ଶକୁ ଛାଡ଼ି
ସନ୍ନ୍ୟାସୀ ବିବେକାନନ୍ଦ ଗୁରୁଙ୍କ ଉପଦେଶାନୁଯାୟୀ ସମଗ୍ର
ଭାରତ ଭ୍ରମଣ କରି ବୁଭୁକ୍ଷୁ ଜନତାର ଉତ୍ଥାନ ପାଇଁ ସେବା
ବ୍ରତ ଆଚରଣ କଲେ । ଜନତାକୁ ଜନାର୍ଦ୍ଦନ ଭାବେ ଗ୍ରହଣ
କରି ଦାରିଦ୍ର୍ୟ ଦାନବ ବିରୋଧରେ ଯୁଦ୍ଧ ଘୋଷଣା କଲେ ।
ଜନତାଙ୍କ ସଂପର୍କରେ ବିବେକାନନ୍ଦଙ୍କର ହାସଲ
ହୋଇଥିବା ଉପଲବ୍ଧି ବାସ୍ତବ ଓ ଯଥାର୍ଥ ।
୨. (କ)ପ୍ରାୟ ୧୨୦ଟି ଶବ୍ଦରେ ଉତ୍ତର ଲେଖ ।
ପଠିତ କବିତା ଅନୁସରଣରେ ଚିଲିକାର ସାୟଂକାଳୀନ
ଦୃଶ୍ୟ ବର୍ଣ୍ଣନା କର ।
କିମ୍ବା; ଲଙ୍କା ଯାତ୍ରା ନିମନ୍ତେ ରାଘବଙ୍କ ପ୍ରୟାସ ବର୍ଣ୍ଣନା କର ।
ଉ. ଓଡ଼ିଆ ସାହିତ୍ୟରେ ଆଧୁନିକତାର ସ୍ପର୍ଶ ପ୍ରଦାନକାରୀ
କବିବର ରାଧାନାଥ ରାୟଙ୍କ ଅମର କୃତି ଚିଲିକା
ଖଣ୍ଡକାବ୍ୟରୁ ଚିଲିକାରେ ସାୟନ୍ତନ ଦୃଶ୍ୟକବିତାଟି
ଆନୀତ । ଏଠାରେ କବି ଚିଲିକାର ରମ୍ୟ ରମଣୀୟ
ସାୟଂକାଳୀନ ଦୃଶ୍ୟକୁ ଶବ୍ଦସଂଭାରରେ ଚିତ୍ରାୟିତ କରିଛନ୍ତି ।
ଦିବସର କୋଳାହଳମୟ ଚିଳିକା ସନ୍ଧ୍ୟା ଆଗମନରେ
ସ୍ଥିର ନିସ୍ତବ୍ଧ ହୋଇ ଆସେ । ମତ୍ସ୍ୟଜୀବୀମାନେ ଗୃହାଭିମୁଖୀ
ହୁଅନ୍ତି । ସେମାନଙ୍କ କଣ୍ଠରୁ ନିଃସୃତ କବିସୂର୍ଯ୍ୟଙ୍କ ଗୀତ
ଉଲ୍ଲସିତ କରେ ଚିଲିକାର ନୀଳବକ୍ଷକୁ । ମୀନ ଆକର୍ଷଣ
ପାଇଁ ପୋତପାଳ ତରଣୀରେ ମଶାଲ ଜାଳି ଦିଏ ।
ତରଙ୍ଗରେ ଆନ୍ଦୋଳିତ ନାବ କେତେବେଳେ ଦୃଶ୍ୟମାନ ଓ
କେତେବେଳେ ଅଦୃଶ୍ୟ ହୁଏ । ଜହ୍ନର ଜ୍ୟୋକ୍ଟରା ଚିଲିକାର
ନୀଳବକ୍ଷକୁ ରୌପ୍ୟମୟ କରେ । ସମଗ୍ର ସୃଷ୍ଟି ପାରଦରେ
ଧୋଇଲା ପରି ପ୍ରତିଭାତ ହୁଏ । ଦ୍ୱୀପ ଶୈଳର ପ୍ରତିବିମ୍ବ
ହ୍ରଦ ଅନ୍ତସ୍ଥଳରେ ଶୋଭାପାଏ । ଗିରି, ବନ, ନାସି ଅପୂର୍ବ
ଶୋଭା ବହନ କରନ୍ତି । ସୁନ୍ଦର ପତ୍ରରାଜି ଓ ଉପଳଖଣ୍ଡ
ଜ୍ୟୋକ୍ଟରାରେ ଜକଜକ ଦିଶନ୍ତି । ଛାଇ ଓ ଆଲୁଅର
ସମାହାରରେ ବନସ୍ଥଳୀ ଚନ୍ଦ୍ରଚୂଡ଼ଙ୍କ ତନୁ ଭଳି ଦେଖାଯାଏ ।
ସଂଧ୍ୟା ଉତ୍ତୀର୍ଣ୍ଣ ହୋଇ ରାତ୍ରି ଆସେ । ହ୍ରଦ ବକ୍ଷରେ ଶାନ୍ତି
ସର୍ବତ୍ର ବିରାଜମାନ କରେ । ସତେକି ଦେବାଳୟ ତେଜି
ଶାନ୍ତିଦେବୀ ସ୍ୱୟଂ ଏଠାରେ ଅଧିଷ୍ଠାନ କରନ୍ତି ।
ଚିଲିକା ବକ୍ଷର ଏହି ମୁଗ୍ଧ ମନୋରମ ସାୟନ୍ତନ ଦୃଶ୍ୟ
କବିଙ୍କ କଳ୍ପନାର କାଉଁରୀ ସ୍ପର୍ଶରେ ସୁନ୍ଦର ଓ ଶୋଭାମୟ
ସାଜିଛି ଏଥିରେ ସନ୍ଦେହ ନାହିଁ ।
ଅଥବା; ରୀତି ଯୁଗର ସର୍ବଶ୍ରେଷ୍ଠ ସାଧକ କବି ସମ୍ରାଟ
ଉପେନ୍ଦ୍ର ଭଞ୍ଜଙ୍କ ସଫଳ ସୃଷ୍ଟି ବୈଦେହୀଶ ବିଳାସ
କାବ୍ୟର ଚାଳିଶତମ ଛାନ୍ଦରୁ ରାଘବଙ୍କ ଲଙ୍କା ଯାତ୍ରାନୁକୁଳ
କବିତାଟି ଆନୀତ । ଲଙ୍କାପତି ଦଶାନନ କବଳରୁ ପ୍ରାଣପ୍ରିୟା
ପତ୍ନୀ ଜାନକୀଙ୍କୁ ଉଦ୍ଧାର କରିବା ପାଇଁ ରାମଚନ୍ଦ୍ରଙ୍କ ପ୍ରୟାସ
ସଂପର୍କରେ ଏଠାରେ ଆଲୋଚନା କରାଯାଇଛି ।
ରାମଚନ୍ଦ୍ରଙ୍କ ଜାନକୀ ଉଦ୍ଧାର ପ୍ରଚେଷ୍ଟାର ପ୍ରଥମ
ଅନ୍ତରାୟ ଥିଲା ସମୁଦ୍ର । ଲଙ୍କା ପହଞ୍ଚିବାକୁ ହେଲେ ସମୁଦ୍ରକୁ
ପୋତି ବନ୍ଧ ନିର୍ମାଣ କରିବାର ପ୍ରୟୋଜନକୁ ଉପଲବ୍ଧି କରି
କପିମାନେ ବିରାଟ ପର୍ବତମାନ ସାଗର ବୁକୁକୁ ନିକ୍ଷେପ
କଲେ । ମାତ୍ର ତାହା ସମୁଦ୍ରର ଅତଳ ଗର୍ଭରେ କୁଆଡ଼େ
ଲୀନ ହୋଇ ଯାଉଥିଲା । ଏହା ପ୍ରଭୁ ଶ୍ରୀରାମଙ୍କ ଲଙ୍କାଗମନ
ଆଶାକୁ ନିରାଶାରେ ପରିଣତ କଲା । ବରୁଣଙ୍କ ବିନା
ସହାୟତାରେ ଏ କାର୍ଯ୍ୟ ଅସଂଭବ ଜାଣି ରାମ ବରୁଣଙ୍କୁ
ସନ୍ତୁଷ୍ଟ କରିବାକୁ ଉଦ୍ୟମ କଲେ । ଜଗତକର୍ତ୍ତା ହୋଇ ମଧ୍ୟ
ମାନବୀୟ ଚରିତ୍ର ବହନ କରି ସେ ଉପବାସରେ ରହିଲେ ।
କଣ୍ଟକତୁଲ୍ୟ କୁଶ ଶଯ୍ୟାରେ ଶୟନ କଲେ । ଏହା
ରାମଚନ୍ଦ୍ରଙ୍କ ମହାନୁଭବତା ଓ ନମ୍ରତାର ସୂଚନା ପ୍ରଦାନ
କରେ । ଶୁଦ୍ଧ ଓ ନିର୍ମଳ ହୃଦୟରେ କୁଚ୍ଛ୍ର ସାଧନା ମାଧ୍ୟମରେ
ଜଳାଧୀଶ ବରୁଣଙ୍କ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ରାମଚନ୍ଦ୍ର
ଏହି ପ୍ରୟାସ ଗ୍ରହଣ କରିଥିଲେ ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କାବ୍ୟ କଳା ମାଧ୍ୟମରେ
ନିଷ୍ଠା, ନମ୍ରତା ଓ ପବିତ୍ରତାକୁ ଆଧାର କରି ପ୍ରଭୁ
ଶ୍ରୀରାମଙ୍କର ଯେଉଁ ମହାନତାକୁ ପ୍ରଦର୍ଶନ କରିଛନ୍ତି ତାହା
ଶିକ୍ଷଣୀୟ ଅଟେ ।
(ଖ) ପ୍ରାୟ ୫୦ଟି ଶବ୍ଦରେ ଉତ୍ତର ଲେଖ ।
ଦେବା ପାଇଁ ନବ ଜୀବନ
ସ୍ୱର୍ଗୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନ ।
କିମ୍ବା; ମରଣ ଦୁଆରେ ଚରଣ ଅରପି
ଗାଅରେ ଅମରଗାନ,
ପୋଛିଦିଅ ଆଜି ମାନବ ଶିରସୁଁ
ସଞ୍ଚିତ ଅପମାନ
ଉ. ଦେବା ପାଇଁ ...... ..... ..... .... ଭୁବନ ।
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଅମର କାବ୍ୟ
ତପସ୍ୱିନୀମଙ୍ଗଳେ ଅଇଲା ଉଷାକବିତାରୁ
ପଦ୍ୟାଂଶଟି ଆନୀତ । ବାଲ୍ମୀକି ଆଶ୍ରମରେ ଆଶ୍ରିତା ସୀତାଙ୍କ
ଦର୍ଶନ ନିମନ୍ତେ ଉଷାର ଆଗମନ ବିଷୟ ଏଠାରେ ବର୍ଣ୍ଣିତ ।
ପତି ପରିତ୍ୟକ୍ତା ନିର୍ବାସିତ ସୀତା କାନ୍ତ କମନୀୟ
ବାଲ୍ମୀକି ଆଶ୍ରମରେ ଆଶ୍ରିତା । ତାଙ୍କୁ ଦର୍ଶନ କରିବାକୁ ସ୍ୱର୍ଗରୁ
ମର୍ତ୍ତ୍ୟକୁ ଅବତରଣ କରିଛନ୍ତି ଉଷା । ଶୟନରତା ସୀତାଙ୍କୁ
ରାତି ପାହିବାର ସନ୍ଦେଶ ପ୍ରଦାନ କରିବା ସହ ଯୋଗେଶ୍ୱରୀ
ପରି ମଧୁର ଭାଷାର ଆଶ୍ୱାସନା ବାଣୀ ଶୁଣାଇ ମାତା
ଜାନକୀଙ୍କ ଦୁଃଖ ରାଶି ରାଘବ କରିବାକୁ ବିନୀତ ଭାବେ
ଉଷା ଅପେକ୍ଷମାଣା ।
କବିଙ୍କର ବର୍ଣ୍ଣନା ଚାତୁରୀ ବାସ୍ତବିକ ମହାନ ।
ଅଥବା; ମରଣ ଦୁଆରେ ..... .... .... ଅପମାନ ।
ପ୍ରଗତିବାଦୀ ଚିନ୍ତା ଚେତନାର ବାହକ ଓ ସାଧକ
ଅନନ୍ତ ପଟ୍ଟନାୟକଙ୍କ ଜାଗ ବନ୍ଧନହରାକବିତାରୁ
ପଦ୍ୟାଂଶଟି ଗୃହୀତ । ମରଣ ଓ ଭୟକୁ ଜୟ କରି ମଣିଷ
ମନର ଅପମାନକୁ ପୋଛି ଦେବାକୁ କବି ଏଠାରେ ତରୁଣ
ଗୋଷ୍ଠୀକୁ ଆହ୍ୱାନ ଦେଇଛନ୍ତି ।
ବର୍ଷ ବର୍ଷ ଧରି ଶୋଷକଙ୍କ ଶୋଷଣରେ ଶୋଷିତ,
ବଞ୍ଚିତ ମଣିଷ ଦୁଃଖ ଯନ୍ତ୍ରଣାର ଶିକାର ସାଜିଛି ।
ଅପମାନରାଶି ସଞ୍ଚିତ ହୋଇ ରହିଛି ତା ମନରେ । ତାଙ୍କୁ
ତରୁଣଗୋଷ୍ଠୀ ହିଁ ମୁକ୍ତ କରି ।ରିବେ । ବନ୍ଧନହରା
ତରୁଣଙ୍କ ପାଖରେ ଶକ୍ତି ଓ ସାମର୍ଥ୍ୟ ରହିଛି । ମୃତ୍ୟୁ,
ଭୟ ବା ଯାବତୀୟ ବାଧାବିଘ୍ନକୁ ଅତିକ୍ରମ କରି ସେ
ଅମରଗାନ କରି ପାରିବ ଏବଂ ଯୁଗଯୁଗର ସଞ୍ଚି
ଅପମାନକୁ ମଣିଷ ମନରୁ ପୋଛି ପାରିବ ।
କବିଙ୍କର ଆହ୍ୱାନ ବାସ୍ତବ ଓ ଯଥାର୍ଥ ।
 

 

No comments:

Post a Comment